ଟି.ଡବ୍ଲୁ.ଆର ବାଇବଲ ପ୍ରତିଯୋଗିତା କଣ?

ପାଇବା ପାଇ ଏଠାରେ କ୍ଲିକ କରନ୍ତୁ ‍‍।

ଟି.ଡବ୍ଲୁ.ଆର୍-ଇଣ୍ଡିଆ ବାଇବଲ ପ୍ରତିଯୋଗିତା ଗଭୀର ବାଇବଲ ଅଧ୍ୟୟନ ନିମନ୍ତେ ଉତ୍ସାହ ଓ ଇଛା ପ୍ରଦାନ କରିବା ନିମନ୍ତେ ଭାରତୀୟ ଭାଷାରେ କରାଯାଇଅଛି । ଆମେ ସଫଳତାର ସହିତ ଗତ 11 ବର୍ଷ ଧରି ଆୟୋଜନ କରି ଆସିଛୁ। ଏହି ସଫଳତାର ପଛରେ ଡା. ଭରନନ ମାଗ୍ଗୀଙ୍କ ପ୍ରଣାଳୀଗତ ବାଇବଲ ଅଧ୍ୟୟନ TTB ରହିଛି ଓ 100 ରୁ ଅଧିକ ଭାଷାରେ TWR India ପାଖରେ ଉପଲବ୍ଧ ଅଛି । ଯେଉଁ ମଣ୍ଡଳୀ TWR ବାଇବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି ସେମାନେ ଏହି ସାକ୍ଷ୍ୟ ଦିଅନ୍ତି ଯେ ଗଭୀର ଓ ପ୍ରାଚ୍ୟୁଯ୍ୟତା ମଧ୍ୟରେ ଈଶ୍ବରଙ୍କ ବାକ୍ୟ ଅଧ୍ୟୟନ କରିବାର ଅନୁଭୂତି ଅଛି | କେବଳ ଭାରତରେ ୨୦୧୯ ବର୍ଷର ବାଇବଲ ପ୍ରତିଯୋଗିତାରେ ୬୬୦୦୦ ରୁ ଅଧିକ ଲୋକ ଭାଗ ନେଇଥିଲେ |

ଏହି ବର୍ଷ ଆମେ ଆଉ ଏକ ପଦକ୍ଷେପ ଆଗକୁ ଯାଇ ଭାରତର ସର୍ବତ୍ର ପହଞ୍ଚିବାକୁ ଚାହୁଁଚୁ | ଏହି ପରି ଭାବେ ଅନଲାଇନ ବାଇବଲ ପ୍ରତିଯୋଗିତା କରିବା ଚିନ୍ତା ଜନ୍ମଲାଭ କଲା | ବର୍ତ୍ତମାନର କୋଭିଡି-୧୯ ମହାମାରୀ ନିମନ୍ତେ ସରକାରଙ୍କର ନିୟମ ଓ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଆମ ସେବା କାର୍ଯ୍ୟକୁ ସୁଦୃଢ କରିବା ନିମନ୍ତେ ଚେଷ୍ଟା କରୁଅଛୁ |

ଆମେ ଆଶା କରୁଛୁ ଆପଣ ବାଇବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଅଦ୍ଭୁତ ଅନୁଭୂତି ମଧ୍ୟ ଦେଇ ଯାଇଥିବେ ଓ ଆତ୍ମିକ ଭାବେ ଉଦ୍ଦୀପିତ ହୋଇଥିବେ, ଚଳିତ ବର୍ଷ ମଧ୍ୟ ଯାତ୍ରା ପୁସ୍ତକ ଉପରେ ଅଧ୍ୟୟନ କଲା ବେଳେ ସେହି ଅନୁଭୂତି ମଧ୍ୟ ଦେଇ ଯିବେ | ପ୍ରତିଯୋଗିତାରେ ଆପଣଙ୍କ ଅଂଶ ଗ୍ରହଣ ଆମକୁ ସୁସମାଚାର ବିତରଣ କରିବା ନିମନ୍ତେ ଉତ୍ସାହ ଦେବ ଓ ଆମ ଦେଶର ବିଶ୍ଵାସୀମାନେ ଆତ୍ମିକ ବୃଦ୍ଧି ପାଇବେ | ଏଣୁ ଆମେ ଟି.ଡବ୍ଲୁ.ଆର ସେବାକାର୍ଯ୍ୟ ନିମନ୍ତେ ଆପଣଙ୍କ ସାହାଯ୍ୟ ଆଶା କରୁ |

ଆପଣଙ୍କୁ ଧନ୍ୟବାଦ

ଉପଲବ୍ଧ ଭାଷା :-

ଚଳିତ ବର୍ଷ TWR ବାଇବଲ ପ୍ରତିଯୋଗିତା ଭାଷାଗତ ଭାବେ ବିଭକ୍ତ ଲୋକଦଳ ପ୍ରମୁଖ ୧୪ ଟି ଭାଷାରେ ଅନଲାଇନରେ ଉପଲବ୍ଧ ଅଛି | ଏହି ବର୍ଷ ଉପଲବ୍ଧ ଭାଷାଗୁଡିକ ଜାଣିବା ନିମନ୍ତେ ଏଠାରେ କ୍ଲିକ କରନ୍ତୁ |

English

हिन्दी

தமிழ்

తెలుగు

മലയാളം

বাংলা

मराठी

ਪੰਜਾਬੀ

ગુજરાતી

ಕನ್ನಡ

অসমীয়া

नेपाली

ଓଡ଼ିଆ

Kokborok


ଯଦି ଆପଣ ଏହି ସମସ୍ତ ଭାଷା ମଧ୍ୟରୁ ଯେ କୌଣସି ଭାଷାରେ ଲେଖି ଓ ପଢି ପାରୁଛନ୍ତି ପ୍ରତିଯୋଗିତାରେ ଯୋଗଦେଇ ପାରିବେ | ଆପଣ ପଞ୍ଜିକରଣ କରିବା ପୂର୍ବରୁ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଉକ୍ତ ଭାଷା ଭଲରେ ଜାଣିଛନ୍ତି |

ବାଇବଲ ପ୍ରତିଯୋଗିତାର ତାରିଖ :-

ବାଇବଲ ପ୍ରତିଯୋଗିତା 28 ଓ 29 ନଭେମ୍ବର'2020 ରେ ଅନୁଷ୍ଠିତ ହେବା ନିମନ୍ତେ ସ୍ଥିର କରାଯାଇଛି, ପରବର୍ତ୍ତୀ ସୂଚନା ସମୟ ଓ ସମୟ ସୀମା ସମ୍ପର୍କରେ ଆପଣ ଏଠାରେ କ୍ଲିକ କଲେ ଜାଣି ପାରିବେ ଓ ଆପଣ ସଫଳତାର ସହ ପଞ୍ଜିକରଣ କଲାପରେ ନିର୍ଦ୍ଦେଶାବଳୀ ପାଇପାରିବେ |

ପଞ୍ଜିକରଣ ଦେୟ :-

ଗୋଟିଏ ସମୟର ପଞ୍ଜିକରଣ ଦେୟ ୫୦ ଟଙ୍କା

ପ୍ରତିଯୋଗିତା ନିମନ୍ତେ ପଞ୍ଜିକରଣ ଦେୟ ଅନଲାଇନରେ ଦେବା ଆବଶ୍ୟକ |

ଯଦି ଆପଣ ଭାରତ ବାହାରେ ଅଛନ୍ତି ଏବଂ ଆପଣଙ୍କ ଦେୟ ଦେବାକୁ ଚାହାନ୍ତି ତେବେ ଭାରତୀୟ ମୁଦ୍ରାରେ ପୈଠ କରନ୍ତୁ | ଯଦି ଆପଣଙ୍କୁ ଦେୟ ପୈଠ କରିବାକୁ ଅସୁବିଧା ହୁଏ ତେବେ ୱେବସାଇଟରେ ଦିଆ ଯାଇଥିବା ଯେ କୌଣସି ଟେଲିଫୋନ ନମ୍ବରରେ ଯୋଗାଯୋଗ କରନ୍ତୁ |

ଆପଣଙ୍କ ପଞ୍ଜିକରଣ ସମାପ୍ତ ହେଲାପରେ ଓ TWR ଇଣ୍ଡିଆ ତନିଖିକାତ କଲାପରେ ଆପଣଙ୍କ ପାଖକୁ ନିଶ୍ଚିତକରଣ ପଠାଯିବ ଏବଂ ଅନଲାଇନ ପ୍ରତିଯୋଗିତା ପ୍ରସ୍ତୁତ ନିମନ୍ତେ ନିର୍ଦେଶାବଳୀ ଓ ଅଧ୍ୟୟନ ନିମନ୍ତେ ଅଡିଓ ଲିଙ୍କ ପଠାଯିବ |